You are currently viewing ବରଫ ଅତଡା ଧସି ୫ ନୌସେନା  ଯବାନ ନିଖୋଜ

ବରଫ ଅତଡା ଧସି ୫ ନୌସେନା ଯବାନ ନିଖୋଜ

ଉତ୍ତରାଖଣ୍ଡ,୦୨/୧୦: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାରେ ହିମସ୍ଖଳନ ହୋଇଛି ।ଏହି ହିମସ୍ଖଳନରେ ୫ ଜଣ ନୌସେନା  ଯବାନ ନିଖୋଜ ହୋଇ ଯାଇଛନ୍ତି । ଯେଉଁଥିରେ ଭାରତର ୧୦ ଜଣ ନୌସେନା ପର୍ବତାରୋହୀ ଥିଲେ । ଖବର ପାଇ ଉତ୍ତରକାଶୀ ସ୍ଥିତ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ଏକ ଉଦ୍ଧାରକାରୀ ଦଳ ପ୍ରିନ୍ସପାଲ୍ କର୍ଣ୍ଣଲ୍ ଅମିତ ବିଷ୍ଟଙ୍କ ନେତୃତ୍ୱରେ  ଘଟଣାସ୍ଥଳୀକୁ ଯାଇଛନ୍ତି । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଚାମୋଲି ଏବଂ ବାଗେଶ୍ୱର ଜିଲ୍ଲାର ଜଙ୍କସନର ୭,୧୨୦ ମିଟର ଉଚ୍ଚ ଶିଖର ମାଉଣ୍ଟ ତ୍ରିଶୂଲ ଅବସ୍ଥିତ ଜ୍ଝ ସେପ୍ଟେମ୍ବର ୩ ରେ ମୁମ୍ବାଇରୁ ୨୦ ଜଣିଆ ଭାରତର ନୌସେନା ପର୍ବତାରୋହୀ ଦଳ ଯାଇଥିଲେ। ସେଠାରେ ଶୁକ୍ରବାର ଦିନ ବରଫ ଅତଡା ଧସିବାରୁ ଦଶ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ। ଚାମୋଲି ଜିଲ୍ଲା ମାଜିଷ୍ଟ୍ରେଟ ହିମାଂଶୁ ଖୁରାନା କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ସଜାଗ ରହିଛି ଏବଂ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି।

ଅନ୍ୟମାନଙ୍କୁ ଜଣାନ୍ତୁ।