terrorists

ଆତଙ୍କବାଦୀଙ୍କୁ ସେନାର କଡା ଜବାବ: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ 

ଏଏନଏସ: ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ। ଜମ୍ମୁକଶ୍ମୀର କୁଲଗାଁଓରେ ସେନା ଆକ୍ରମଣରେ ୫ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କବାଦୀ ଲଶ୍କର-ଏ-ତୌଇବାର ବୋଲି ଜଣାପଡିଛି। ଆତଙ୍କବାଦୀ ବିରୋଧରେ ସେନା ଜୋରଦାର ଅପରେସନ ଚଳାଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। 

ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାରିପଟେ ଘେରାବନ୍ଦୀ କରିଛି ସେନା। ଗୁଳି ବିନିମୟ ବେଳେ ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା କଡା ଜବାବ ଦେବାକୁ ଯାଇ ସଂପୃକ୍ତ ଘରକୁ ରକେଟ ଲଞ୍ଚର ମାଡ କରିଥିଲା। ଫଳରେ ସଂପୃକ୍ତ କୋଠାଟି ଜଳିଯିବା ସହ ତିନି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।