You are currently viewing ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା

ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା

କୋଲକାତା-୦୭.୦୭.୨୦୨୧, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି କଲିକତା ହାଇକୋର୍ଟ । ନ୍ୟାୟପାଳିକାକୁ ଖରାପ ଚିତ୍ରଣ କରିଥିବାରୁ ମମତାଙ୍କୁ ଜରିମାନା କରିଛନ୍ତି କଲିକତା ହାଇକୋର୍ଟ । ନନ୍ଦିଗ୍ରାମ ନିର୍ବାଚନକୁ ନେଇ ମମତା ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନର ଶୁଣାଇ ଜଷ୍ଟିସ କୌଶିକ ଚନ୍ଦାଙ୍କ ଖଣ୍ଡପୀଠ କରିବାର ଥିଲା। କିନ୍ତୁ ମମତାଙ୍କ ଓକିଲ ଶୁଣାଣି ପୂର୍ବରୁ ଜଷ୍ଟିସ କୌଶିକଙ୍କ ବଦଳି ଦାବି କରିବାକୁ ଆବେଦନ କରିଥିଲେ।ବିଜେପି ସହ କୌଶିକଙ୍କ ସଂପର୍କ ଥିବା ଅଭିଯୋଗ କରି ଏହି ଆବେଦନ କରିଥିଲେ। ଏହି କାରଣରୁ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କା ଫାଇନ ଲାଗୁ କରିଛନ୍ତି।
ଆଜି ଜଷ୍ଟିସ କୌଶିକ ନିଜ ଆଡ଼ୁ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି।ହାଇକୋର୍ଟ ପକ୍ଷରୁ ନୂଆ ବିଚାରପତିଙ୍କ ନାଁ ଘୋଷଣା ହେବା ପରେ ଏହି ମାମଲାର ଶୁଣାଣି ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।