You are currently viewing ଦେଶରେ ରେକର୍ଡ ଭାଙ୍ଗିଲା କରୋନା

ଦେଶରେ ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ଦେଶରେ ରେକର୍ଡ ଭାଙ୍ଗିଲା କରୋନା | ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୮ ଲକ୍ଷ ୧ ହଜାର ୭୮୫କୁ ବୃଦ୍ଧି ପାଇଛି । ଦେଶରେ ଦିନକରେ କରୋନା ନେଲା ୬୩୦ ଜୀବନ | କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୮,୪୩,୪୭୩, ସୁସ୍ଥ- ୧,୧୭,୯୨, ୧୩୫ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।