You are currently viewing ତାଲିବାନ ଭୟ, ବିମାନରେ ଚଢିଲେ ୬୪୦ ଜଣ

ତାଲିବାନ ଭୟ, ବିମାନରେ ଚଢିଲେ ୬୪୦ ଜଣ

ନୂଆଦିଲ୍ଲୀ-୧୭.୦୮.୨୦୨୧, ତାଲିବାନ କବଜାରେ ଆଫଗାନିସ୍ତାନ । କାବୁଲରେ ସ୍ଥିତି ଭୟଙ୍କର ରହିଛି । ଆଫଗାନିସ୍ତାନରେ ରହୁଥିବା ବିଦେଶୀ ନାଗରିକମାନେ ନିଜ ନିଜ ଦେଶକୁ ଫେରିବାରେ ଲାଗିଛନ୍ତି ।ଫଳରେ ଏୟାରପୋର୍ଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି । ତାଲିବାନ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ପ୍ରତି ଅଧିକ ବିପଦ ଥିବାରୁ ଲୋକେ ଆଫଗାନିସ୍ତାନ ଛାଡିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ବସ ଭଳି ଵିମାନରେ ମଧ୍ୟ ଭିଡ । ଜୀବନ ବଞ୍ଚାଇବା ଭୟରେ ଆମେରିକାର ସାମରିକ ବିମାନରେ ୬୪୦ ଆଫଗାନବାସୀ ଚଢ଼ିଯାଇଥିବା ଦେଖାଯାଇଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଲୋକମାନେ ତଳେ ବସିଥିବାର ଦେଖିବାକୁ ମିଳିଛି । ତେବେ କ୍ରୁ ସଦସ୍ୟ ପରିସ୍ଥିତିକୁ ବୁଝି ସେମାନଙ୍କୁ ବାହାର ନକରି ସମସ୍ତ ୬୪୦ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ଜଣାପଡ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।