earthquake

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ୭ ମୃତ ୭୩୦ରୁ ଅଧିକ ଲୋକ ଆହତ

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ । ଭୁଶିଡି ପଡିଛି ଘରଦ୍ୱାର । ତାଇୱାନର ଭୂକମ୍ପ ନିରୀକ୍ଷଣ ଏଜେନ୍ସି ଭୂକମ୍ପର ତୀବ୍ରତା ୭.୨ ଥିବା ବେଳେ ୟୁଏସ୍ ଜିଓଲୋଜିକାଲ ସର୍ଭେ ୭.୪ ବୋଲି ଆକଳନ କରିଛି । ୨୫ ବର୍ଷ ଭିତରେ ତାଇୱାନରେ ଅନୁଭୂତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୭ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେପଟେ ତାଇୱାନର ପୂର୍ବ ସହର ହୁଆଲିନରେ ଥିବା କୋଠାଗୁଡ଼ିକର ଭିତ୍ତିପ୍ରସ୍ତର ଭୂମିକମ୍ପରେ ଦୋହଲାଇ ଦେଇଛି । 

ରାଜଧାନୀ ତାଇପେରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତାଇୱାନରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ସମଗ୍ର ଦ୍ୱୀପକୁ ଦୋହଲାଇ ଦେଇଛି ଏବଂ କୋଠାଗୁଡିକ ଭୁଶୁଡ଼ି ପଡ଼ିଛି । ଅନ୍ୟପଟେ ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ସୂଚନା ଜାରି କରିଛି । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି । ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ କରାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଜାପାନ ପାଣିପାଗ ଏଜେନ୍ସି ପୂର୍ବାନୁମାନ କରିଛି ଯେ ଭୂମିକମ୍ପ ପରେ ୯.୮ ଫୁଟ ପର୍ଯ୍ୟନ୍ତ ସୁନାମି ଆସିବ । ପ୍ରାୟ ଅଧଘଣ୍ଟା ପରେ କୁହାଯାଇଛି ଯେ ସୁନାମିର ପ୍ରଥମ ଲହର ମିଆକୋ ଏବଂ ୟେୟାମା ଦ୍ୱୀପପୁଞ୍ଜ ଉପକୂଳ ଛୁଇଁସାରିଛି । 

 

ଅନ୍ୟମାନଙ୍କୁ ଜଣାନ୍ତୁ।