You are currently viewing ସକ୍ଷମ ସ୍ୱାମୀ ପରିବାର ପୋଷିବାକୁ ବାଧ୍ୟ

ସକ୍ଷମ ସ୍ୱାମୀ ପରିବାର ପୋଷିବାକୁ ବାଧ୍ୟ

ନୂଆଦିଲ୍ଲୀ୦୭/୧୦, ସୁପ୍ରିମକୋର୍ଟଙ୍କ ଏହି ବଡ଼ ରାୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ସ୍ତ୍ରୀ ଓ ଶିଶୁଙ୍କ ଭରଣପୋଷଣ କରିବାକୁ ସ୍ୱାମୀ ବାଧ୍ୟ ।ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ କରିବା ପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବା ପାଇଁ ପଡିଲେ ମଧ୍ୟ ସେ ଏହା କରିବାକୁ ବାଧ୍ୟ । ସ୍ତ୍ରୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର କର୍ତ୍ତବ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ବିବାହ ବିଚ୍ଛେଦ ହୋଇଥିଲେ ସ୍ତ୍ରୀ ଓ ନାବାଳକ ପିଲାର ଭରଣପୋଷଣ ସ୍ୱାମୀଙ୍କ ଦାୟିତ୍ୱ । ଏହି ଭରଣପୋଷଣକୁ ଏକ ପବିତ୍ର କର୍ତ୍ତବ୍ୟ ବୋଲି କହିଛନ୍ତ ସୁପ୍ରିମକୋର୍ଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।