You are currently viewing ପର୍ବତରୁ ଶୁଣାଯାଉଛି ଓଁ ଧ୍ୱନୀ

ପର୍ବତରୁ ଶୁଣାଯାଉଛି ଓଁ ଧ୍ୱନୀ

ପୃଥିବୀରେ ଅନେକ ପ୍ରକାର ରହସ୍ୟମୟ ଘଟଣା ଭରିରହିଛି । ଏମିତି କିଛି ରହସ୍ୟ ଅଛି ଯାହା ଆଜିଯାଏଁ ବୈଜ୍ଞାନିକ ମାନେ ମଧ୍ୟ ଖୋଜିପାଇନାହାନ୍ତି । ଏପରି ଏକ ରହସ୍ୟମୟୀ ପର୍ବତ ଅଛି ଆମ ଭାରତ ବର୍ଷରେ । ଏହା ଭାରତ ଏବଂ ତିବତ ସୀମାରେ ଅବସ୍ଥିତ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଭଗବାନ ଶଙ୍କରଙ୍କୁ ସଂହାର କର୍ତ୍ତା କୁହାଯାଏ । ଭଗବାନ ଶଙ୍କର କୈଳାଶରେ ନିଜ ପରିବାର ସହିତ ରହୁଥିଲେ । କଥା ଅଛିକି ସମଗ୍ର ବିଶ୍ୱରେ ୩ଟି କୈଳାଶ ଅଛି । ପ୍ରଥମଟି ହେଉଛି ମାନସରୋବର ଯାହ ତିବତରେ ଅବସ୍ଥିତ, ଦ୍ୱିତୀୟଟି ହେଉଛି ଆଦି କୈଳାଶ ଯାହା ଉତ୍ତରାଅଞ୍ଚଳରେ ଅବସ୍ଥିତ । ତୃତୀୟଟି କିନୌରକୈଳାଶ ଯାହାକି ହିମାଚଳରେ ଅବସ୍ଥିତ । କିନ୍ତୁ ହିମାଚଳରେ ଅବସ୍ଥିତ କୈଳାଶ ପର୍ବତ ଆଗରୁ ଏକ ପର୍ବତ ଥାଏ ଯାହା ଓଁକାର ପର୍ବତ ନାମରେ ପରିଚିତ । ଏଠାରେ ମଧ୍ୟ ଭଗବାନ ଶଙ୍କରଙ୍କର ଅସ୍ତିତ୍ୱ ଥିବା ଜଣାଯାଏ । ଏହି ପର୍ବତ ଦେଖିବାକୁ ପ୍ରାକୃତିକ ରୂପରେ ଓଁ ଆକୃତିର । ପ୍ରାକୃତିକ ଉପାୟରେ ହୋଇଥିବା ଏହି ଓଁକାରକୁ ଲୋକେ ଭଗବାନଙ୍କ ଚମତ୍କାର ବୋଲି କୁହନ୍ତି । ମାନ୍ୟତା ଅଛିକି ହିମାଚଳରେ ଥିବା ଏହି ଓଁ ପର୍ବତରେ ଭଗବାବ ଶଙ୍କରଙ୍କର କିଛି ବିଶେଷ ଶକ୍ତି ଅଛି । ଏହି ପର୍ବତକୁ ଆଦି କୈଳାଶ କିମ୍ବା ଛୋଟା କୈଳାଶ ମଧ୍ୟ କୁହାଯାଏ । ଏହି ପର୍ବତରେ ବରଫ ପଡିବା ପରେ ଏଠାରେ ପ୍ରାକୃତିକ ଉପାୟରେ ଓଁକାରଧ୍ୱନି ଉତ୍ପନ ହୁଏ । ଏହା ଯାତ୍ରୀ ମାନଙ୍କୁ ଓଁ ଧ୍ୱନୀ ଶୁଣାଯାଉଥିବା ବେଳେ ବିଶେଷଜ୍ଞ ମାନେ ଏହାକୁ ବରଫ ପଡିବାର ଶଦ୍ଦ ବୋଲି କହୁଛନ୍ତି । ଯେତେବେଳେ ଏଠାରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡେ ସେତେବେଳେ ଓଁ ଶଦ୍ଦରେ ସ୍ୱର୍ଣ୍ଣିମ ଆଭାସର ଚମକ ଦେଖାଯାଏ । ଶୁଣାଯାଏକି ହିମାଳୟରେ ଏବେ ମଧ୍ୟ କିଛି ଏପରି ସ୍ଥାନ ଅଛି ଯେଉଁଠାରେ ଏବେ ମଧ୍ୟ ଦେବାଦେବୀ ବାସ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।