You are currently viewing କର୍କଟ ରୋଗରେ ଅଭିନେତ୍ରୀ ହିନା ଖାନ : ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କଲେ ହୃଦୟ ବିଦାରକ ଖବର

କର୍କଟ ରୋଗରେ ଅଭିନେତ୍ରୀ ହିନା ଖାନ : ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କଲେ ହୃଦୟ ବିଦାରକ ଖବର

ଏଏନଏସ : ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି ଲୋକପ୍ରୀୟ ଅଭିନେତ୍ରୀ ହିନା ଖାନ । ସ୍ତନ କର୍କଟ ରୋଗର ଷ୍ଟେଜ ତିନିରେ ପୀଡିତ ଥିବାର ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ ଲେଖିଛନ୍ତି । ଅଭିନେତ୍ରୀ ହିନା ଖାନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ତାଙ୍କ ପ୍ରଶଂସକଙ୍କ ସହ ହୃଦୟ ବିଦାରକ ଖବର ସେୟାର କରିଛନ୍ତି । ଏହି ରୋଗକୁ ଦୁର କରିବା ପାଇଁ ସଂକ୍ଳପବଦ୍ଧ ଏବଂ ପ୍ରକୃତ୍ତରେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ସମସ୍ତଙ୍କୁ ନମଷ୍କାର , ସାମ୍ପ୍ରତିକ ଗୁଜବକୁ ସମାଧାନ କରିବା ପାଇଁ ମୁଁ ସମସ୍ତ ହିନାହୋଲିକ୍ସ ଏବଂ ମୋତେ ଭଲ ପାଉଥିବା ଏବଂ ଯତ୍ନ ନେଉଥିବା ସମସ୍ତଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସେୟାର କରିବାକୁ ଚାହେଁ । ମୋତେ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ହୋଇଛି । ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ମୁଁ ଭଲ ଅଛି । ମୁଁ ଏହି ରୋଗକୁ ଦୁର କରିବା ପାଇଁ ଦୃଢ,ସଂକ୍ଳପବଦ୍ଧ ଏବଂ ସମ୍ପୁର୍ଣ୍ଣ ପ୍ରତିବଦ୍ଧ ଅଟେ । ମୋର ଚିକିତ୍ସା ଆରମ୍ଭ ହୋଇସାରିଛି ଏବଂ ଏଥିରୁ ଆହୁରି ଶକ୍ତିଶାଳୀ ହେବା ପାଇଁ ମୁଁ ଆବଶ୍ୟକ କରୁଥିବା ସମସ୍ତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ନିଜ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ହିନା ଲେଖିଛନ୍ତି ।

 

ଅନ୍ୟମାନଙ୍କୁ ଜଣାନ୍ତୁ।