You are currently viewing ବାଇକ୍ ଶୋ’ରୁମ୍‌ରେ ଅଗ୍ନକାଣ୍ଡ ୮ ମୃତ

ବାଇକ୍ ଶୋ’ରୁମ୍‌ରେ ଅଗ୍ନକାଣ୍ଡ ୮ ମୃତ

ସିକନ୍ଦରାବାଦ (୧୩.୯.୨୨) : ସିକନ୍ଦରାବାଦ ରେଲୱେ ଷ୍ଟେଶନସ୍ଥିତ ଏକ ଇଲେକ୍ଟ୍ରି ବାଇକ୍ ଶୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ଶୋ’ରୁମ ଉପରେ ଏକ ଲଜ୍ ଥିବାରୁ ଏଠାରେ ଅନେକ ଲୋକ ଫସି ରହିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ଅଗ୍ନସମ ବାହିନୀ ସେଠାରେ ପହଞ୍ଚିଥିଲା । ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ରାତି ୧୦ଟାରେ ଏହା ହଠାତ୍ ଜଳିବାକୁ ଆରମ୍ଭ କରିଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡର ପ୍ରଭାବ ଏତେ ପରିମାଣର ଥିଲା ଯାହା ଫଳରେ ଏହା ପ୍ରଥମ ଏବଂ ଦ୍ୱିତିୟ ମହଲାକୁ ବ୍ୟାପିବାକୁ ଲାଗିଥିଲା । ଏହାକୁ ଦେଖି ଉପର ମହଲାରେ ଥିବା ଲୋକମାନେ ଡେଇଁ ପଡିଥିଲେ । ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଚାରିଆଡେ ଧୂଆଁମୟ ହେଇଯାଇଥିଲା । ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟ ବାଧାପ୍ରପ୍ତ ହୋଇଥିଲା । ଏହି ଘଟଣା କିପରି ଘଟିଲା ତାହା ଅନୁସନ୍ଧାନ ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।