You are currently viewing ଆରପାରିରେ ଏଆଇଏଡିଏମ୍‌କେ ନେତା ପନ୍ନୀରସେଲ୍‌ଭମ୍‌ଙ୍କ ପତ୍ନୀ

ଆରପାରିରେ ଏଆଇଏଡିଏମ୍‌କେ ନେତା ପନ୍ନୀରସେଲ୍‌ଭମ୍‌ଙ୍କ ପତ୍ନୀ

ଚେନ୍ନାଇ ,୦୧/୦୯: ହୃଦଘାତ ହେତୁ ଏଆଇଏଡିଏମ୍‌କେ ନେତା ତଥା ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲ୍‌ଭମ୍‌ଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କର ଦେହାନ୍ତ ହୋଇଛି । ଚେନ୍ନାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ପେଟ ଯନ୍ତ୍ରଣାଜନିତ ଅସୁସ୍ଥତା ଯୋଗୁଁ ସପ୍ତାହେ ତଳେ ପନ୍ନୀରସେଲଭମ୍‌ଙ୍କ ପତ୍ନୀ ଚେନ୍ନାଇ ଉପନଗରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଅନେକ ରାଜ୍ୟ ସରକାର ମନ୍ତ୍ରୀ ବିଜୟଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।