You are currently viewing ବେଙ୍ଗଲୁରୁରେ କୃତିମ ବନ୍ୟା ସୃଷ୍ଟି

ବେଙ୍ଗଲୁରୁରେ କୃତିମ ବନ୍ୟା ସୃଷ୍ଟି

ବେଙ୍ଗାଲୁରୁ(୭.୯.୨୨) : ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ବେଙ୍ଗାଲୁରୁ ସହର । ଏଠାରେ ୩ ଦିନ ହେବ ଲଗଣା ବର୍ଷା ଦେଖିବାକୁ ମିଳୁଛି । ଯାହା ଫଳରେ ଅନେକ ସ୍ଥାନ ଜଳବନ୍ଦୀ ହୋଇସାରିଛି । ତେବେ ଏହା ମଧ୍ୟରେ ସହରରେ ଦେଖା ଦେଇଛି ଜଳ ଏବଂ ବିଜୁଳି ସମସ୍ୟା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାରାଥଲି ଅଞ୍ଚଳ । ଏଠାରେ ବେସ୍‌ମେଣ୍ଟରେ ପାଣି ରହିଛି ଏବଂ ଏହା ସହିତ ପାଣି ମଧ୍ୟ ଘର ଭିତରେ ପସିଛି । ତେବେ ଏହି କାରଣରୁ ଲୋକମାନେ ସେହି ସ୍ଥାନ ଛାଡି ସୁରଖିତ ସ୍ଥନକୁ ପଳାଉଥିବା ଦେଖିବାକୁ ମଳିଳୁଛି । ଅନ୍ୟପଟେ ପାଣିପାଗ ବିଭାଗ ଆସନ୍ତା ୩ ଦିନ ଆହୁରି ବର୍ଷା ହେବ ବୋଲି ଚେତାବନୀ ଜାରି କରିଛି । ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଡ୍ରେନେଜ୍ ସମସ୍ୟା ଦେଖାଯାଇଛି । ଜଳ ପ୍ରଳୟରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ ଓ ଏନଡିଆରଏଫ କାମରେ ଲାଗିଛି । ତେବେ ଏଠାରେ ରାସ୍ତାରେ ଯିବା ଆସିବା ପାଇଁ ସାହାରା ପାଲଟିଛି ଟ୍ରାକଟର ବୁଲଡୋଜର । ଅନ୍ୟପଟେ ଏହି ସମସ୍ୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।