You are currently viewing କରୋନା ବ୍ୟାପିବାରୁ ଲକଡାଉନ ଘୋଷଣା କଲା ଅଷ୍ଟ୍ରିଆ

କରୋନା ବ୍ୟାପିବାରୁ ଲକଡାଉନ ଘୋଷଣା କଲା ଅଷ୍ଟ୍ରିଆ

ଅଷ୍ଟ୍ରିଆ ୨୦/୧୧: ପୁଣିଥରେ ୟୁରୋପରେ ବ୍ୟାପୁଛି କରୋନା ଭାଇରସ୍ । ଏଥିଲାଗି ଆସନ୍ତା ସୋମବାରରୁ ଅଷ୍ଟ୍ରିଆରେ ଦେଶବ୍ୟାପୀ ଜାରି ହେବ ଲକଡାଉନ । ଗତ ଏକ ସପ୍ତାହ ମଧ୍ୟରେ ୟୁରୋପରେ ୨୦ ଲକ୍ଷ ନୂଆ ଭାଇରସ୍ ଚିହ୍ନଟ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ରିପୋର୍ଟରେ ପ୍ରକାଶ କରିଛି । କରୋନା ମହାମାରୀ ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ ୟୁରୋପରେ ଏହି ଭାଇରସ୍ ସର୍ବାଧିକ ସଂଖ୍ୟକ ରିପୋର୍ଟ ହୋଇଥିଲା ।

କିନ୍ତୁ କିଛିଦିନ ଏହି ସଂଖ୍ୟା ହ୍ରାସ ପାଇବା ପରେ ଏବେ ପୁଣିଥରେ କରୋନା ଚିନ୍ତା ବଢ଼ାଇଲାଣି । ଯାହାକୁ ନେଇ ଅଷ୍ଟ୍ରିଆ ସରକାର ଦେଶରେ ଲକଡାଉନ ଲଗାଇବାକୁ ଘୋଷଣା କରିଛନ୍ତି । ଅଷ୍ଟ୍ରିଆ ଚାନସେଲର ଆଲେକଜାଣ୍ଡାର ସାଲେନବର୍ଗ କହିଛନ୍ତି କୋଭିଡକୁ ନିୟନ୍ତ୍ରଣ କରିବା ଲାଗି ଏହି ଲକଡାଉନ ହେଉଛି । ତୁରନ୍ତ ଲୋକେ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ଶୀତ ଋତୁରେ ଏହି ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଏହି ଲକଡାଉନ କରାଯିବ । ଅଷ୍ଟ୍ରିଆରେ ଲକଡାଉନ ଲାଗିଇବା ସତ୍ତ୍ୱେ ସରକାର ସମସ୍ତ ସ୍କୁଲ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଅଭିଭାବକ ଯଦି ଚାହିଁବେ ତେବେ ଅନ୍ଲାଇନରେ କ୍ଲାସ୍ କରିପାରିବେ ବୋଲି ସରକାର କହିଛନ୍ତି ।

ସେପଟେ ନେଦରଲ୍ୟାଣ୍ଡରେ ବି ଆଂଶିକ ଲକଡାଉନ କରାଯାଇଛି । ଏବେ ଜର୍ମାନୀରେ ଚତୁର୍ଥ ଲହରୀ ଜାରି ରହିଥିବା ବେଳେ ଫ୍ରାନ୍ସରେ ବି ଜାରି ରହିଛି ପଞ୍ଚମ ଲହରୀ । ପୂର୍ବ ତୁଳନାରେ ଜର୍ମାନୀରେ ସ୍ଥିତି ଅତି ସାଙ୍ଘାତିକ ହୋଇଛି । ସେହିପରି ସୁଇଡେନ, ବ୍ରିଟେନ, ସ୍ଲୋଭାକିଆ ଆଦି ରାଷ୍ଟ୍ରରେ ବି ଚିନ୍ତା ବଢାଇଛି କରୋନା  ଭାଇରସ ।

ଅନ୍ୟମାନଙ୍କୁ ଜଣାନ୍ତୁ।