You are currently viewing ସ୍କୁଲରେ ପଢ଼ାଯିବ ଭାଗବତ ଗୀତା

ସ୍କୁଲରେ ପଢ଼ାଯିବ ଭାଗବତ ଗୀତା

ନୂଆଦିଲ୍ଲୀ -୧୮/୦୩, ସ୍କୁଲରେ ପଢ଼ାଯିବ ଭାଗବତ ଗୀତା । ଗୁଜୁରାଟର ସରକାରୀ ସ୍କୁଲରେ ଏହି ଗ୍ରନ୍ଥ ଅଧ୍ୟୟନ ନେଇ ନିଷ୍ପତ୍ତି ହୋଇଛି। କ୍ଲାସ ୬ରୁ୧୨ ମଧ୍ୟରେ ସ୍କୁଲ ସିଲାବସରେ ଭଗବତ ଗୀତାକୁ ସାମିଲ କରିବା ନେଇ ଗୁଜରାଟ ସରକାର ନିର୍ଣ୍ଣୟ ନେଇଛନ୍ତି।ତେବେ ଏ ସମ୍ପର୍କରେ ଏକ ସର୍କୁଲାର ପାରିତ ହୋଇଛି । ଏନେଇ ଗୁଜରାଟ ଶିକ୍ଷାମନ୍ତ୍ରୀ ଜିତୁ ଭଗାନି କହିଛନ୍ତି ଯେ, ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଭାରତର ମହାନ ଗୌରବଶାଳି ସଂସ୍କୃତି ଏବଂ ଜ୍ଞାନ ମୀମାଂଶାକୁ ସାମିଲ କରାଯିବା ଜରୁରୀ। ଭଗବତ ଗୀତାର ମୂଲ୍ୟ, ନୀତି ଏବଂ ଏହାର ଗୁରୁତ୍ୱ ସବୁ ଧର୍ମର ଲୋକଙ୍କ ଗ୍ରହଣ ହୋଇପାରିଛି । ତେଣୁ ଷଷ୍ଠ ଷ୍ରେଣୀ ଛାତ୍ରଙ୍କ ନିମନ୍ତେ ଗୀତାକୁ ଏଭଳି ସରଳ ଢଙ୍ଗରେ ଉପସ୍ଥାପନ କରାଯିବ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଗୀତା ଶିକ୍ଷା ଦିଆଯିବ। ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ ଗୀତାର ଗଭୀର ଜ୍ଞାନ ତଥା ସାର କଥା ଅଧ୍ୟୟନ କରାଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।