You are currently viewing ଆଜି ଭାରତ ଆସିବେ ବାଇଡେନ୍; କାଲି ହେବ ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା

ଆଜି ଭାରତ ଆସିବେ ବାଇଡେନ୍; କାଲି ହେବ ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: କୋଭିଡ ନେଗେଟିଭ୍ ବାହାରିବା ପରେ ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହାପରେ ଶନିବାର ଓ ରବିବାର ସେ ଜି -୨୦ ବୈଠକରେ ଯୋଗ ଦେବେ। ଏନେଇ ଦ୍ଵାଇଟ ହାଉସ ପକ୍ଷରୁ ସୂଚନା ଆସିଛି ।

ହ୍ଵାଇଟ ହାଉସ ପ୍ରେସ୍ ସେକ୍ରେଟାରୀଙ୍କ ସୂଚନା ଅନୁଯାୟୀ, ନିଜ ଗସ୍ତ କାଳରେ ଆମେରିକା ରାଷ୍ଟ୍ରପତି ବାଇଡେନ କୋଭିଡ – ୧୯ ଗାଇଡଲାଇନ୍ ପାଳନ କରିବେ । ଏପରିକି ବିଭିନ୍ନ ଦେଶର ମୁଖ୍ୟଙ୍କ ସହ ସାକ୍ଷାତ, ଆଲୋଚନା ତଥା ଜି-୨୦ ବୈଠକ ସମୟରେ ସେ ମାସ୍କ ପରିଧାନ କରିବେ। ଏପରିକି ନୂଆ ଦିଲ୍ଲୀ ଅଭିମୁଖେ ଗସ୍ତ କରିବା ପୂର୍ବରୁ ବାଇଡେନ ତଥା ତାଙ୍କ ସହ ଆସିବାକୁ ଥିବା ବ୍ୟକ୍ତିବିଶେଷଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।