You are currently viewing ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାନୀ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାନୀ

ଅହମଦାବାଦ-୧୧.୦୯.୨୦୨୧, ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାନୀ । ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ବିଜୟ ରୂପାନୀ ।
ସେ ଗତ ୫ ବର୍ଷ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ । ୨୦୧୭ ଠାରୁ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ବିଜୟ ରୂପାନୀ ।
ଅନ୍ୟପଟେ ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ନିଜ ପଦ ଛାଡିଛନ୍ତି ରୂପାନୀ । ତାଙ୍କର ଇସ୍ତଫା ଗୁଜରାଟ ରାଦନୀତିକୁ ସରଗମ କରିଛି ।
ଇସ୍ତଫା ପରେ ବିଜୟ ରୂପାନୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପଦରୁ ମୁଁ ଇସ୍ତଫା ଦେଇଛି । ଏହା ଏକ ସ୍ବାଭାବିକ ପ୍ରକ୍ରିୟା । ଆଗକୁ କିଏ ମୁଖ୍ୟମନ୍ତ୍ରୀ ହେବ ଦଳ ନିଷ୍ପତ୍ତି ନେବ । ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ସୂଚାରୁ ରୂପେ ତୁଲାଇବି ବୋଲି ବିଜୟ ରୂପାନୀ କହିଛନ୍ତି ।
ବିଜୟ ରୂପାନୀଙ୍କ ପରେ କିଏ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଆଗକୁ ଗୁଜୁରାଟର କିଏ ନେତୃତ୍ୱ ନେବ ତାହା ଉପରେ ସମସ୍ତଙ୍କ ନଜର ।

ଅନ୍ୟମାନଙ୍କୁ ଜଣାନ୍ତୁ।