ବୋରୱେଲରେ ବାଳକ

ଛତିଶଗଡ୧୩/୦୬, ଛତିଶଗଡ କାଞ୍ଜଗିରି – ଚାମ୍ପାର ପରିହ୍ରିଡ ଗାଁରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନାରୁ ପ୍ରକାଶ ଯେ ଶୁକ୍ରବାର ଦ୍ୱିପହର ସମୟରେ ୧୧ ବର୍ଷର ନାବାଳକ ରାହୁଲ ସାହୁ ଏକ ବୋରୱେଲରେ ଖସିପଡିଥିଲେ । ତାଙ୍କ ଘର ବାରିପଟେ ଜମିରେ ପାଣି ମଡାଇ ବୋରୱେଲ ଖୋଳିଥିଲେ । ପାଣି ନବାହାରିବାରୁ ତାକୁ ସେପରି ଖୋଲା ଛାଡି ଦେଇଥିଲେ । ରାହୁଲ ସେହି ସ୍ଥାନରେ ଖେଳୁଥିବା ସମୟରେ ଖସିପଡିଥିଲେ । ଗତ ୩ଦିନ ହେବ ଏହି ଗାତ ଭିତରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରାହୁଲ । ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଛତିଶଗଡ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ରାହୁଲଙ୍କୁ ପାଇପ ଯୋଗେ ଖାଦ୍ୟ,ପାଣି ଓ ଅକ୍ସିଜେନ ଯୋଗାଇ ଦିଆଯାଉଛି । ରାହୁଲଙ୍କୁ ସୁରକ୍ଷିତ ଭାବରେ ୮୦ ଫୁଟ ଗାତ ଭିତରୁ ସୁରକ୍ଷିତ ବାହାର କରିବାକୁ ଉଦ୍ୟମ ଚାଲିଛି ।

Leave A Reply

Your email address will not be published.

20 − 11 =