You are currently viewing ଆଜିଠାରୁ  ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ-୩୧.୦୧.୨୦୨୨, ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ ଚାଲିବ ।  ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ସେ କହିଛନ୍ତି ଯେ, ଆଗାମୀ ୨୫ବର୍ଷକୁ ଲକ୍ଷ୍ୟ ରଖି ମୋ ସରକାର କାମ କରୁଛି ।  କରୋନା ପୂରା ଦେଶକୁ ପ୍ରଭାବିତ କରିଥିଲା । ଏବେ କରୋନା ଟିକା ଦେଶ ପାଇଁ ରକ୍ଷା କବଚ ।ଜନଔଷଧି କେନ୍ଦ୍ରରୁ ଲୋକଙ୍କୁ ସୁବିଧା ମିଳିପାରୁଛି । ୮ହଜାର ଜନଔଷଧି କେନ୍ଦ୍ରରେ କମ୍ ଖର୍ଚ୍ଚରେ ଔଷଧ ମିଳୁଛି ।  ବିଶ୍ୱର ୧୮୦ଦେଶକୁ ଭାରତୀୟ ଫାର୍ମା ଔଷଧ ଯୋଗାଉଛି ।
ଶ୍ରମିକଙ୍କ ପାଇଁ ଇ-ପୋର୍ଟାଲ ଆରମ୍ଭ ହୋଇଛି । ଡିଜିଟାଲ ଇକୋନୋମି ଲାଗି ସରକାର ପ୍ରଯତ୍ନଶୀଳ । ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ଯାଏଁ ବଢାଯାଇଛି ।  ଆବାସ ଯୋଜନାରେ ୨କୋଟିରୁ ଅଧିକ ଲୋକଙ୍କୁ ପକ୍କାଘର ମିଳିଛି । ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ।  ୮ କୋଟି କୃଷକଙ୍କୁ ଫସଲ ବୀମାରେ ଲାଭ ମିଳିଛି । ମହିଳା ସଂଶକ୍ତିକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ସୈନିକ ସ୍କୁଲରେ ଝିଅଙ୍କ ନାମଲେଖା ଆରମ୍ଭ ହୋଇଛି । ମହିଳାଙ୍କ ବିବାହ ବୟସ ପୁରୁଷଙ୍କ ସହ ସମାନ ହୋଇଛି। ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ଖସି ୭୦ରେ ପହଞ୍ଚିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।