You are currently viewing ଏମଏସପି ଜରିଆରେ କୃଷକ ପାଇବେ ୨.୩୭ ଲକ୍ଷ କୋଟି

ଏମଏସପି ଜରିଆରେ କୃଷକ ପାଇବେ ୨.୩୭ ଲକ୍ଷ କୋଟି

ନୂଆଦିଲ୍ଲୀ-୦୧.୦୨.୨୦୨୨, ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବଜେଟରେ ପ୍ରୟାସ କରାଯାଇଛି । ସୂଚନା ଅନୁଯାୟୀ, ଏବେ ଠାରୁ ଦେଶରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରାଯିବ। ଏମଏସପି ଦ୍ୱାରା ଚାଷୀଙ୍କୁ ଠାରୁ ରେକର୍ଡ କ୍ରୟ କରାଯିବ । ସେହିପରି ଚାଷୀମାନଙ୍କୁ ୨.୩୭ ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ ଦିଆଯିବ। ଫସଲ ନୀରିକ୍ଷଣ ଓ ରକ୍ଷାଣବେକ୍ଷଣ ପାଇଁ ଡ୍ରୋନର ବ୍ୟବହାର କରାଯିବ।
ନାର୍ବାଡ ଜରିଆରେ କୃଷି ଓ ଗ୍ରାମାଞ୍ଚଳରେ ଷ୍ଟାର୍ଟଅପ ପାଇଁ ଆର୍ଥିକ ସହାୟତା ଦିଆଯିବ। ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳର ତାଲିମ ଦିଆଯିବ। ଚାଷୀଙ୍କୁ ହାଇଟେକ ଓ ଡିଜିଟାଲ ସେବା ଯୋଗାଇ ଦେବା ପାଇଁ ପିପିପି ମୋଡରେ ବିଭିନ୍ନ ଯୋଜନା ଆରମ୍ଭ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।