You are currently viewing ପିଏମ-ଆବାସ ଯୋଜନାରେ ନିର୍ମାଣ ହେବ ୮୦ ଲକ୍ଷ ଘର

ପିଏମ-ଆବାସ ଯୋଜନାରେ ନିର୍ମାଣ ହେବ ୮୦ ଲକ୍ଷ ଘର

ନୂଆଦିଲ୍ଲୀ-୦୧.୦୨.୨୦୨୨, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୩୯.୪୫ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି  । ବଜେଟ୍‌ରେ ଗରିବଙ୍କ ପାଇଁ ବଡ ଘୋଷଣା ।୨୦୨୨-୨୩ରେ ଗରିବ ଲୋକଙ୍କ ପାଇଁ ୮୦ ଲକ୍ଷ ଘର ନିର୍ମାଣ କରାଯିବ। ଲୋକଙ୍କୁ ସମସ୍ତ ମୌଳିକ ସୁବିଧାରେ ଉପଲବ୍ଧ ପକ୍କା ଘର ଦେବା ପାଇଁ ବଜେଟ୍‌ରେ ୪୮,୦୦୦ କୋଟି ଟଙ୍କା ପାଣ୍ଠି ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ବର୍ଷରେ ୮୦ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ପିଏମ ଆବାସ ଯୋଜନା ଗ୍ରାମାଞ୍ଚଳରେ ଏ ପର୍ଯ୍ୟନ୍ତ ୧,୯୭,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ କେନ୍ଦ୍ର ସରକାର ୧,୪୪,୧୬୨ କୋଟି ଟଙ୍କା ବହନ କରିଥିଲେ। ମୋଦୀ କ୍ୟାବିନେଟ୍ ଦ୍ଵାରା ପିଏମ ଆବାସ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ଏଥିପାଇଁ ୨ ଲକ୍ଷ ୧୭ ହଜାର ୨୫୭ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।