You are currently viewing ମେଘାଳୟରେ ବସ ଦୁର୍ଘଟଣା,୬ ମୃତ

ମେଘାଳୟରେ ବସ ଦୁର୍ଘଟଣା,୬ ମୃତ

ଶିଲଙ୍ଗ,୩୦/୦୯: ମେଘାଳୟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀକୁ ଖସିପଡିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ରାତି ପ୍ରାୟ ୧୨ ଟା ବେଳେ ବସ୍‌ଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଙ୍ଗ ଅଭିମୁଖେ ନେଇ ଯାଉଥିବା ବେଳେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର ହେବା ବେଳେ ଭାରସମ୍ୟ ହରାଇ ନଦୀକୁ ଖସି ପଡିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ସୂଚନା ଅନୁଯାୟୀ ନଦୀ ଭିତରୁ ଚାରଟି ମୃତଦେହ ଉଦ୍ଧାର କରିଥିବା ବେଳେ ୨ ଜଣଙ୍କ ମୃତଦେହ ବସ୍ ଭିତରେ ଫସି ରହିଛି । ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।