You are currently viewing ଲାଲୁଙ୍କୁ ସିବିଆଇ ସମନ

ଲାଲୁଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ (୬.୩.୨୩) :   ‘ଚାକିରି ବଦଳରେ ଜମି’ ମାମଲାରେ ସିବିଆଇ ଆଜି ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବଙ୍କୁ ସମନ୍ କରିଛି । ଲାଲୁଙ୍କୁ ଏ ମାମଲାରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହି ସମନ୍ ଜାରି କରିଛି । ତେବେ ଏହା ପୂର୍ବରୁ ସିବିଆଇ ସୋମବାର ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବଡି ଦେବୀଙ୍କୁ ମଧ୍ୟ ସମନ୍ କରିଥିଲା । ଭାରତୀୟ ରେଳର କ୍ୟାଟରିଂ ଏବଂ ଟୁରିଜ୍ କର୍ପୋରେସନ୍ ଘୋଟାଲାରେ ପଚରାଉଚୁରା କରିବାକୁ ସମନ୍ କରିଛି ।ସିବିଆଇ ତରଫରୁ ମିଳିଥିବା ସୂଚନା ମୁତାବକ, ଲାଲୁ ଯାଦବ ୨୦୦୪ରୁ ୨୦୦୯ ଭିତରେ ରେଳମନ୍ତ୍ରୀ ଥିବା ବେଳେ ଗ୍ରୁପ ଡିରେ ନିଯୁକ୍ତି ବଦଳରେ ନିଜ ପରିବାର ସଦସ୍ୟଙ୍କ ନାଁରେ ଜମି କରାଇନେଇଛନ୍ତି । ଏହି କେସ୍ ୧୪ ବର୍ଷ ତଳର ହୋଇଥିବାବେଳେ, ଏହି ସ୍କାମକୁ ନେଇ ସିବିଆଇ ଏବେ ଲାଲୁଙ୍କୁ ସମନ୍ କରିଛି । ତେବେ ସିବିଆଇର କହିବା କଥା, ଲାଲୁ ଯାଦବ ନିଜ ପରିବାର ଲୋକଙ୍କ ନାଁରେ ପ୍ରାୟ ୧.୦୫ ଲକ୍ଷ ବର୍ଗଫୁଟ୍ ଜମି କରାଇନେଇଛନ୍ତି । ଏହାର ଡିଲ୍ ନଗଦ ରାଶି ମାଧ୍ୟମରେ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି । ଫେବ୍ରୁଆରୀ ୨୭ ତାରିଖରେ ଦିଲ୍ଲୀର ଏକ ଅଦାଲତ ଜମି ବଦଳରେ ଚାକିରି ଘୋଟାଲାରେ ଲାଲୁ ଯାଦବ, ରାବଡି ଦେବୀଙଅକ ସହ ଅନ୍ୟ ୧୪ ଜଣ ଲୋକଙ୍କୁ ସମନ କରିଥିଲେ । ସିବିଆଇ ଗତବର୍ଷ ଅକ୍ଟୋବର ୧୦ ତାରଇଖରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀଙ୍କ ସହ ଏହି କେସରେ ୧୬ ଜଣ ଅଭିଯୁକ୍ତିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ତେବେ ଚାର୍ଜସିଟ୍ ମୁତାବକ, ଲାଲୁ ଓ ଅନ୍ୟମାନଙ୍କ ବିରୋଧରେ ପ୍ରାରମ୍ଭିକ ଯାଞ୍ଚ ପରେ ମିଳିଥିବା ପରିଣାମ ମୁତାବକ ମାମଲା ଦାୟର କରାଯାଇଥିଲା ।ସିବିଆଇ ଅଭିଯୋଗ କରିଛି ଯେ, ଭୂମି ହସ୍ତାନ୍ତରଣର ସାତ ଉଦାହରଣ ମାଧ୍ୟମରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ବେନିୟମ ଭାବେ ଚାକିରି ଦେଇଛନ୍ତି । ସିବିଆଇ ଆହୁରି ମଧ୍ୟ କହିଛି ଯେ, ଜୋନାଲ ରେଲୱେରେ ନିଯୁକ୍ତି ନେଇ ମଧ୍ୟ କୌଣସି ବିଜ୍ଞାପନ ଦିଆଯାଇନଥିଲା । ଲାଲୁ ଯାଦବଙ୍କ ପରିବାରକୁ ଭୂମି ଦେଇଥିବା ଲୋକଙ୍କୁ ରେଳ ବିଭାଗରେ ଚାକିରି ଦିଆଯାଇଥିବା ସିବିଆଇ ଅଭିଯୋଗ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।