You are currently viewing ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ

ଭୁବନେଶ୍ୱର-୧୭.୦୬.୨୦୨୧, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଛି । ତେବେ ମୂଲ୍ୟାୟନ କିପରି ହେବ ଏନେଇ ଦ୍ବନ୍ଦ ଲାଗି ରହିଥିଲା । ଚଳିତବର୍ଷର ଦ୍ବାଦଶ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ମୂଲ୍ୟାଙ୍କନ ପଦ୍ଧତି ଚୂଡ଼ାନ୍ତ କରିବା ଲାଗି ‘ସିବିଏସ୍‌ଇ’ ୧୩ଜଣିଆ କମିଟି ଗଠନ କରିଥିଲା। କମିଟିର ସୁପାରିଶ ଆଧାରରେ ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ ହୋଇଛି । ଏନେଇ ଆଜି ସୁପ୍ରିମକୋର୍ଟରେ ମୂଲ୍ୟାୟନ ଫର୍ମାଟ ଉପସ୍ଥାପନ କରିଛି ସିବିଏସ୍ଇ । ସୂଚନା ଅନୁସାରେ ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର ରେଜଲ୍ଟ ଆଧାରରେ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ କରାଯିବ । ୩୦:୩୦:୪୦: ଫର୍ମୁଲାରେ ମୂଲ୍ୟାୟନ କରାଯିବ। ଅର୍ଥାତ୍‌ ୧୦ମରୁ ୩୦%, ୧୧ଶରୁ ୩୦% ଏବଂ ୧୨ଶରୁ ୪୦% ‘ୱେଟେଜ୍‌’ ଦିଆଯାଇ ମୂଲ୍ୟାୟନ ‌କରାଯିବ।
ମୂଲ୍ୟ‌ାୟନ ପାଇଁ ୧୨ଶର ୟୁନିଟ୍‌, ଟର୍ମ ଏବଂ ପ୍ରାକ୍ଟିକାଲ୍‌ରେ ମିଳିଥିବା ନମ୍ବରକୁ ବିଚାରକୁ ନିଆଯାଇ ଛାତ୍ରଛାତ୍ରୀମାନଙ୍କୁ ନମ୍ବର ଦିଆଯିବ। ସେହିଭଳି, ୧୦ମ ଓ ୧୧ଶ ଶ୍ରେଣୀର ୫ଟି ଟର୍ମ ପରୀକ୍ଷାରୁ ସବୁଠୁ ଭଲ ହୋଇଥିବା ୩ଟି ଟର୍ମର ନମ୍ବର ବିଚାରକୁ ନିଆଯିବ।

୨୦୨୧ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ମଧ୍ୟ ବେଣୁଗୋପାଳ ଖଣ୍ଡପୀଠଙ୍କୁ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।