You are currently viewing ଚାଇନା ମହିଳା ଗିରଫ

ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ (୨୧.୧୦.୨୨) : ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୋଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି । ମହିଳା ଜଣକ ହେଉଛନ୍ତି କାଇ ରୁଓ ଏବଂ ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ । ମହିଳା ଜଣଙ୍କୁ ଦିଲ୍ଲୀ ପୋଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି । ମହିଳା ଜଣକ ଏଠାରେ ବୌଦ୍ଧ ସନ୍ୟାସିନୀ ଭାବେ ଡୋଲମା ଲାମା ନାମରେ ନକଲି ପରିଚୟ ଦେଇ ରହୁଥିଲେ । ମହିଳା ଜଣକ ସ୍ୱଳ୍ପ ଚୁଟି ରଖି ପାରମ୍ପାରିକ ବୈଦ୍ଧ ବସ୍ତ୍ର ପରିଧାନ କରିଥିଲେ ।

ମହିଳା ଜଣକ ନିଜକୁ ନେପାଳୀ ବୋଲି ପରିଚୟ ଦେଇ ଦିଲ୍ଲୀରେ ବାସ କରୁଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସ ନିକଟରେ ତିବତ୍ତୀୟ ଶରଣାର୍ଥୀ କଲୋନୀ ନିକଟରେ ରହୁଥିଲେ । ସୋମବାର ଦିଲ୍ଲୀର ମଞ୍ଜୁ କା ତିଲାର ଉକ୍ତ ଚୀନା ମହିଳାଙ୍କୁ ଅଟକାଇ ରଖା ଯାଇଥିଲା । ଯାଞ୍ଚ ବେଳେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ତ୍ୱ ସାଟିଫିକେଟ ମିଳିଥିଲା । ସେଥିରେ ଉଲ୍ଲେଖ ଅଛି ସେ ନେପାଳର କାଠମଣ୍ଡୁବାସିନୀ ।

ଫରେନ୍‌ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌’ (ଏଫ୍‌ଆର୍‌ଆର୍‌ଓ) ସହିତ ଯୋଗାଯୋଗ କରିବା ପରେ ଗିରଫ ମହିଳାଜଣକ ଚାଇନା ନାଗରିକ  ବୋଲି ଜଣାପଡ଼ ଥିଲା। ୨୦୧୯ରେ ସେ ଜଣେ ଭାରତକୁ ଆସିଥିଲେ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ ଫରେନ୍‌ ଆକ୍ଟ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୧୪ ଦିନ ଲାଗି ଉକ୍ତ ମହିଳାଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।