You are currently viewing ସ୍ଥଗିତ ହେଲା କଂଗ୍ରେସ ର ସଭାପତି ନିର୍ବାଚନ

ସ୍ଥଗିତ ହେଲା କଂଗ୍ରେସ ର ସଭାପତି ନିର୍ବାଚନ

ନୂଆଦିଲ୍ଲୀ- ୧୦.୦୫.୨୦୨୧, ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଆସନ୍ତା ଜୁନ ୨୩ରେ ଅନୁଷ୍ଠିତ ହେବାର ଥିଲା ।ବର୍ତ୍ତମାନ ଦେଶରେ କରୋନା ମହାମାରୀର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି । ଦେଶରେ କରୋନା ସ୍ଥିତି ସୁଧାର ଆସିଲେ ନିର୍ବାଚନ ଅନୁଷ୍ଠିତ ହେବ ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ ରେ ରାହୁଲ ଦଳର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦଳର ବିପର୍ଯୟ ପରେ ଦଳର ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ଥପା ଦେଇଥିଲେ । ରାହୁଲ ଗାନ୍ଦୀଙ୍କ ଇସ୍ତଫା ପରଠାରୁ ଦଳର ମୁଖ୍ୟ ପଦ ଖାଲି ପଡିଛି । ସୋନିଆ ଗାନ୍ଧି ଏବେ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି । ପରବର୍ତ୍ତୀ ନିର୍ବାଚନ ଯାଏ ଦାୟିତ୍ବ ତୁଲାଇବେ ଅନ୍ତରୀଣ ଅଧ୍ୟକ୍ଷା ।

ଅନ୍ୟମାନଙ୍କୁ ଜଣାନ୍ତୁ।