You are currently viewing ଦିନକରେ ୩୮,୦୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକରେ ୩୮,୦୭୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୧୭.୦୭.୨୦୨୧, ଦେଶରେ ଦିନକରେ ୩୮ ହଜାର ୦୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା୩ କୋଟି ୧୦ ଲକ୍ଷ ୬୩ ହଜାର ୯୮୭କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ ୫୬୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୧୨୩କୁ ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍ ୪ ଲକ୍ଷ ୩୦ ହଜାର ୬୮୧ , ସୁସ୍ଥ- ୩ କୋଟି ୨ ଲକ୍ଷ ୨୭ ହଜାର ୭୯୨ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।