You are currently viewing ଜୁନରେ ସର୍ବାଧିକ ହୋଇପାରେ ସଂକ୍ରମଣ

ଜୁନରେ ସର୍ବାଧିକ ହୋଇପାରେ ସଂକ୍ରମଣ

ଭୁଵନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଜୁନ ମାସରେ ସଂକ୍ରମଣ ଅଧିକ ରହିବ । ସଂକ୍ରମଣର ବୃଦ୍ଧି ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେବ । ଏନେଇ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ୍ ପକ୍ଷରୁ ଏହି ଆକଳନ କରାଯାଇଛି ।
ରିପୋର୍ଟ ଅନୁଯାୟୀ ଦେଶରେ ମୃତ୍ୟୁ ସଂଖ୍ୟା ଦିନକୁ 2500 ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ସେଥିପାଇଁ ଲୋକମାନଙ୍କୁ ଯଥା ସମ୍ଭବ କରୋନା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।