You are currently viewing ଆଲଫା ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ କୋଭାକ୍ସିନ-ଏନଆଇଏଚ

ଆଲଫା ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ କୋଭାକ୍ସିନ-ଏନଆଇଏଚ

ନୂଆଦିଲ୍ଲୀ-୩୦.୦୬.୨୦୨୧, ଭାରତର ସ୍ବଦେଶୀ କୋଭିଡ ଟିକା କୋଭାକ୍ସିନ ଉଭୟ ଆଲ୍‌ଫା ଓ ଡେଲ୍‌ଟା ଭାରିଆଣ୍ଟକୁ ନିଷ୍କ୍ରିୟ କରିବାରେ ସକ୍ଷମ । ଏନେଇ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (ଏନଆଇଏଚ) ସୂଚନା ଦେଇଛି ।
ରିସର୍ଚ୍ଚରୁ ଜଣାପଡିଛି ଯେ, କୋଭାକ୍ସିନ ଉଭୟ ଭାରିଆଣ୍ଟ ପାଇଁ ଆଣ୍ଟିବଡି ସୃଷ୍ଟି କରିବାରେ ସଫଳ। ଟିକା ନେବା ପରେ ଶରୀରରେ ଆଣ୍ଟିବଡି ତିଆରି ହେଉଛି। ଏହି ଟିକା ବ୍ରିଟେନରେ ଦେଖାଦେଇଥିବା ଆଲଫା ଏବଂ ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ବୋଲି ଏନଆଇଏଚ ସ୍ପଷ୍ଟ କରିଛି।

ଏନଆଇଏଚ କହିଛି କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ରକ୍ତକୁ ନେଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଜଣାପଡିଲା ଯେ, ଏହି ଟିକାରୁ ତିଆରି ହେଉଥିବା ଆଣ୍ଟିବଡି ବ୍ରିଟେନ ଏବଂ ଭାରତରେ ଦେଖାଦେଇଥିବା ଆଲଫା ଓ ଡେଲଟା ଭାରିଆଣ୍ଟ ବିରୋଧରେ ମୁକାବିଲା କରିପାରୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।