You are currently viewing କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ପରୀକ୍ଷା ପାଇଁ ଅନୁମତି ଦେଲା ଡିସିଜିଆଇ

କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ପରୀକ୍ଷା ପାଇଁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ-୧୧.୦୮.୨୦୨୧, କରୋନା ଭାଇରସ ସଂକ୍ରମଣ ବିରୋଧରେ ପ୍ରମୁଖ ଅସ୍ତ୍ର ଭାବେ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି । ଦେଶର ଟିକାକରଣରେ ବ୍ୟବହୃତ ଦୁଇଟି ପ୍ରମୁଖ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜର କ୍ଲିନିକାଲ ପରୀକ୍ଷଣ ଓ ଅଧ୍ୟୟନକୁ ଅନୁମୋଦନ ମିଳିଛି । ଏହା କେତେ ପ୍ରଭାବଶାଳୀ,ଏହା ଅନୁଧ୍ୟାନ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (DCGI) ଅନୁମତି ପ୍ରଦାନ କରିଛି । କିଛି ଦିନ ତଳେ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଥିଲା ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ । ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଛି । ଏହା ଦ୍ବାରା ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ଏନେଇ ଏହାର ଅନୁଧ୍ୟାନ ପାଇଁ ଡିସିଜିଆଇ ଅନୁମତି ‌ଦେଇଛନ୍ତି । ମିଶ୍ରିତ ଡୋଜ ଉପରେ ଅଧ୍ୟୟନ ଓ ପରୀକ୍ଷା ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହେବ ବୋଲି ସୂଚନା ମିଳିଛି ।

ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଭ୍ୟାକ୍ସିନର ଦୁଇଟି ଡୋଜ ଉପରେ ଆଇସିଏମଆର ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ଗବେଷଣାରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା । ଆଉ ସେଥି ମଧ୍ୟରୁ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍, ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଏବଂ ଅନ୍ୟ ୧୮ ଜଣଙ୍କୁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ ଟିକା ଦିଆଯାଇଥିଲା । ତେବେ ଯେଉଁମାନଙ୍କୁ ଦୁଇଟି ଅଲଗା ଅଲଗା ଡୋଜ ଦିଆଯାଇଥିଲା, ସେମାନଙ୍କଠାରେ ଅନ୍ୟମାନଙ୍କ ତୁଳନାରେ କରୋନାର ଆଲଫା, ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧୀ ପ୍ରତିରୋଧକ ଶକ୍ତି ଦେଖିବାକୁ ମିଳିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।