You are currently viewing ସନ୍ଦେହ ଘେରରେ ସାଂସଦଙ୍କ ମୃତ୍ୟୁ

ସନ୍ଦେହ ଘେରରେ ସାଂସଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ହିମାଚଳ ପ୍ରଦେଶ ମଣ୍ଡିର ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ଝୁଲନ୍ତା ମୃତେଦହ ଉଦ୍ଧାର କରାଯାଇଛି। ଦିଲ୍ଲୀ ସ୍ଥିତ ଗୋମତି ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହକୁ ଜବତ କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ ।
ଏଠାରେ ସୂଚନାଯୋଗ୍ୟଯେ, ଦୀର୍ଘଦିନ ଧରି ୬୨ ବର୍ଷୀୟ ରାମସ୍ୱରୂପ ଅସୁସ୍ଥ ଥିବାର ଜଣାପଡିଛି ସକାଳ ୬ ଟାରେ ଚା’ ପିଇବାକୁ ନ ଉଠିବାରୁ ପୋଲିସକୁ ଖବର ଦିଆଯାଇଥିଲା । ପରେ ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।