You are currently viewing ଚାଷ କରିଥିବା ଷ୍ଟ୍ରବେରୀ ଖାଇଲେ ଧୋନୀ

ଚାଷ କରିଥିବା ଷ୍ଟ୍ରବେରୀ ଖାଇଲେ ଧୋନୀ

ରାଞ୍ଚି, ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଅନ୍ତର୍ଜାତୀୟ କ୍ରିକେଟକୁ କିଛିଦିନ ତଳେ ଅଲବିଦା କହିଥିବା ଧୋନି ଏବେ ନିଜର ପରିବା ଓ ଫଳ ଚାଷକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି । ଧୋନୀ ରାଞ୍ଚିରେ ଥିବା ତାଙ୍କ ୪୩ ଏକର ଫାର୍ମ ହାଉସର ୧୦ ଏକର ଜମିରେ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରକାରର ପରିବା ଓ ଫଳ ଚାଷ କରିଛନ୍ତି । କୋବି, ଟମାଟୋ, ଷ୍ଟ୍ରବେରୀ ଓ ଗ୍ରୀନ ମଟର ଇତ୍ୟାଦି ଚାଷ କରିଛନ୍ତି ଧୋନୀ । ତେବେ କିଛି ସମୟ ପୂର୍ବରୁ ଧୋନୀ ଚାଷ କରିଥିବା ସ୍ଥାନର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜେ ଚାଷ କରିଥବା ଷ୍ଟ୍ରବେରୀ ଖାଉଥିବାର ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।