You are currently viewing ଏଣିକି ପ୍ରତ୍ୟେକ ଔଷଧରେ ରହିବ କୁ୍ୟଆର କୋର୍ଡ

ଏଣିକି ପ୍ରତ୍ୟେକ ଔଷଧରେ ରହିବ କୁ୍ୟଆର କୋର୍ଡ

ଏଏନ୍ଏସ୍: ଏଣିକି ପ୍ରତ୍ୟେକ ଔଷଧରେ ରହିବ କୁ୍ୟଆର କୋର୍ଡ । ଔଷଧରେ ବ୍ୟବହ୍ୟତ ଆକ୍ଟିଭ ଫାର୍ମାସୁ୍ୟଟିକାଲ୍ ଇନଗ୍ରିଡେଣ୍ଟ (ଏପିଆଇ) ଉପରେ କୁ୍ୟଆର କୋର୍ଡ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏହା ଦ୍ୱାରା ପ୍ରକୃତ ଏବଂ ନକଲି ଔଷଧକୁ ସହଜରେ ଚିହ୍ନଟ କରାଯାଇପାରିବ । ଏବଂ ଏହି କୁ୍ୟଆର କୋର୍ଡ ଦ୍ୱାରା ଔଷଧ ତିଆରି କରୁଥିବା କମ୍ପାନୀକୁ ଟ୍ରାକ୍ କରିବା ମଧ୍ୟ ସହଜ ହେବ । କଞ୍ଚାମାଲର ଉତ୍ପଦି କେଉଁଠାରେ ଏବଂ କୁଆଡେ ଯାଉଛି ଏହି ସୂଚନା ପାଇବା ମଧ୍ୟ ସହଜ ହୋଇଯିବ ।

ସୂଚନା ଅନୁସାରେ, ଅନେକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତର ନିର୍ମିତ ଔଷଧ ୨୦ ଶତକଡା ନକଲି ଅଟେ । ଏବଂ ଏକ ସରକାରୀ ରିପୋର୍ଟ ଅନୁସାରେ ୩ ଶତକଡା ଔଷଧର ଗୁଣବର୍ତ୍ତା ଅବ୍ୟବହୃତ । ଏହି ସବୁକୁ ଦୃଷ୍ଟିରେ ରଖି ସରକାର ଡ୍ରଗ ଆଣ୍ଡ କସମେଟିକ ଆକ୍ଟ, ୧୯୪୦ କୁ ସଂଶୋଧନ କରିଛନ୍ତି । ଏବଂ ୩୦୦ଟି ବହୁଳ ଭାବରେ ବ୍ୟବହୃତ ହେଉଥିବା ଔଷଧ ବ୍ରାଣ୍ଡ ପାଇଁ ସେମାନଙ୍କ ପ୍ୟାକେଜିଂରେ କୁ୍ୟଆର କୋର୍ଡ ଛାପିବା ବାଧ୍ୟତାମୂଳକ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।