You are currently viewing ହିମାଚଳ ପ୍ରଦେଶରେ ଭୂକମ୍ପର ଝଟକା

ହିମାଚଳ ପ୍ରଦେଶରେ ଭୂକମ୍ପର ଝଟକା

ଶିମଲା (୧୭.୧୧.୨୨) : ହିମାଚଳ ପ୍ରଦେଶରେ ଗତ କାଲି ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତ୍ରିବତା ୪.୧ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି । ମଣ୍ଡିଠାରୁ ୨୭ କିଲୋମିଟର ଦୂରରେ ଉତ୍ତର ଏବଂ ଉତ୍ତରପଶ୍ଚିମରେ ଏହାର କେନ୍ଦ୍ରସ୍ଥଳ ବୋଲି ଆକଳନ କରାଯାଇଛି । ମଣ୍ଡି ଓ କଙ୍ଗାରାରେ ଏହାର ପ୍ରଭାବ ଅନୁଭୁତ ହୋଇଛି । ଭୁକମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁକୁ ଆସିଥିଲେ ।  ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ଏଯାବତ ଜଣାପଡି ନାହିଁ। ଗତ କିଛି ଦିନ ହେବ ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହେଉଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ରାତି ୯ଟା ୨୧ ମିନିଟ୍‌ରେ ହୋଇଥିଲା। ଗତ ନଭେମ୍ବର ୧୨ରେ ଦିଲ୍ଳୀ-ଏନସିଆର ଏବଂ ଉତ୍ତରାଖଣ୍ଡରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।  ଯାହାର ତୀବ୍ରତା ୬.୩ ରହିଥିଲା। ଭାରତରେ ଦିଲ୍ଳୀ ସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସମେତ ୭ ରାଜ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନେପାଳରେ ଭୂମିକମ୍ପରେ ସବୁଠୁ ଅଧିକ କ୍ଷତି ହୋଇଥିଲା। ନେପାଳରେ ୬ ଜଣକ ମୃତ୍ୟୁ ମଧ୍ୟ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।