You are currently viewing ଶେଷ ହେଲା ଚାଷୀ ଆନ୍ଦୋଳନ, ୧୧ରୁ ଘରକୁ ଫେରିଯିବେ ଚାଷୀ

ଶେଷ ହେଲା ଚାଷୀ ଆନ୍ଦୋଳନ, ୧୧ରୁ ଘରକୁ ଫେରିଯିବେ ଚାଷୀ

ନୂଆଦିଲ୍ଲୀ-୦୯.୧୨.୨୦୨୧, ଦୀର୍ଘ ଗୋଟିଏ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନ୍ଦୋଳନ ଶେଷ ହୋଇଛି। ସରକାର ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି । ଏବେ କୃଷକ ଆନ୍ଦୋଳନ ଶେଷ ହେବା ନେଇ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଲମ୍ବା ସମୟ ଧରି ବୈଠକ ପରେ ଚାଷୀମାନେ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ୧୧ତାରିଖ​‌ରେ ଘରକୁ ଫେରିବେ ଚାଷୀ । ତେବେ ୧୫ ଜାନୁଆରୀରେ କୃଷକ ମଞ୍ଚ ପୁଣିଥରେ ବୈଠକ କରିବ। ଯେଉଁଥିରେ ପୂର୍ବର ରଣନୀତି ଉପରେ ଚର୍ଚ୍ଚା ହେବ ।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଗାଜିପୁର ଓ ଟିକରି ସୀମାରେ ଶତାଧିକ ଚାଷୀ ଆନ୍ଦୋଳନ ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମେ ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିବା ପରେ ସରକାର ଏହି ଆଇନ ପ୍ରତ୍ୟାହାର କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।