You are currently viewing ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ

ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ(1.1.23): ନୂଆବର୍ଷରେ ଅଘଟଣ। ବୃଦ୍ଧାଶ୍ରମରେ ନିଆଁ ଲାଗି ଜଳିଗଲେ ୨ ଜଣ। ଏଭଳି ଏକ ଅଘଟଣ ଘଟିଛି ଦିଲ୍ଲୀ ଗ୍ରେଟର କୈଲାଶ ପାର୍ଟ-୨ ଅଞ୍ଚଳରେ।ଆଜି ଭୋରୁ ଗ୍ରେଟର୍ କୈଲାଶ ଅଞ୍ଚଳରେ ଥିବା ଏକ ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ସେପଟେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏଥିସହ ବୃଦ୍ଧାଶ୍ରମ ଭିତରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।ଏକ ନର୍ସିଂ ହୋମ୍‌ର ତୃତୀୟ ମହଲାରେ ଥିବା ବୃଦ୍ଧାଶ୍ରମରେ ନିଆଁ ଲାଗିଛି। ଏହି ବୃଦ୍ଧାଶ୍ରମର ନାଁ ଅନ୍ତରା କେୟାର ଫର୍ ସିନିଆର୍ ଥିଲା। ମୋଟ ୧୩ ଜଣଙ୍କୁ ଉଦ୍ଧାର କରି ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।