ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି

ଲକ୍ଷ୍ନୌ(୧୦.୧୦.୨୨) : ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ଏଠାରେ ବନ୍ୟା ହୋଇଛି । ଏହି ବନ୍ୟା ପାଇଁ ବର୍ତ୍ତମାନ ସୁଧା ୩୪ ଜଣଙ୍କ ଜୀବନ ହାନୀ ହୋଇ ସାରିଛି । ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଲକ୍ଷ୍ନୌ, ମିରଠ, ଅଲିଗଡ଼, ହାଥରସ, ମଥୁରା, କାଂଶୀରମନଗର, ସମେତ ୪୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଲଳିତପୁର, ବାରଣାସୀ, ପ୍ରୟାଗରାଜ, ସୋନଭଦ୍ର ଆଦି ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିଛି। ଅପର ପକ୍ଷରେ ମିରଠ ଏବଂ ଅଲିଗଡ଼ରେ ୪୮୮ ମି.ମି ବର୍ଷା ରେକର୍ଡ ହୋଇଛି। ସୋମବାର ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବା ପରେ ସାରା ରାଜ୍ୟରେ ଥିବା ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଆଲର୍ଟ କରାଯାଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ରଜେଶ ପଠକ ବିଳମ୍ବିତ ରାତିରେ ଟ୍ୱିଟ୍‌ କରି  ସତର୍କତାକୁ ଦୃଷ୍ଟିରେ ରଖି ଡାକ୍ତରୀ ଶିକ୍ଷା ତଥା ସ୍ୱାସ୍ଥ୍ୟ ସେବା, ମେଡିକାଲ କଲେଜ, ଅନୁଷ୍ଠାନ, ଡାକ୍ତରଖାନା, ସିଏମଓ, ଡାକ୍ତର ଏବଂ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟକ୍ତିଗତ ଭାବେ କ୍ଷେତ୍ର ପରିଦର୍ଶନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  

Leave A Reply

Your email address will not be published.