You are currently viewing ଆଜି ଶପଥ ଗ୍ରହଣ କରିବେ ଗେହଲଟଙ୍କ ନୂଆ ଟିମ 

ଆଜି ଶପଥ ଗ୍ରହଣ କରିବେ ଗେହଲଟଙ୍କ ନୂଆ ଟିମ 

ଜୟପୁର-୨୧.୧୧.୨୦୨୧, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁରା କ୍ୟାବିନେଟ୍‌ ଇସ୍ତଫା ଦେଇଛି। ଆଜି ଗେହଲଟଙ୍କ ସରକାର  ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ । ଆଜି ୧୫ ଜଣ ନୂଆ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସୂତ୍ର ଅନୁସାରେ ନୂଆ ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ। ଶପଥ ଗ୍ରହଣ ସମାରୋହ ରବିବାର ଦିନ ଅର୍ଥାତ୍ ଆଜି ସନ୍ଧ୍ୟା ୪ଟାରେ ଅନୁଷ୍ଠିତ ହେବ ।
ସୂଚନା ଅନୁସାରେ, ଗତ ରାତିରେ ଗେହଲଟ ରାଜଭବନ ଯାଇ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଶପଥଗ୍ରହଣ ସମାରୋହ ସଂପର୍କରେ ଆଲୋଚନା କରିଛନ୍ତି। ଏଥିସହ ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି ।
କ୍ୟାବିନେଟ୍ ମନ୍ତ୍ରୀ ଭାବରେ ହେମରାମ ଚୌଧୁରୀ, ମହେନ୍ଦ୍ରଜିତ୍ ମାଲଭିଆ, ରାମଲାଲ ଜାଟ, ମହେଶ ଯୋଶୀ, ବିଶ୍ୱେନ୍ଦ୍ର ସିଂ, ରମେଶ ମୀନା, ମମତା ଭୁପେଶ, ଭଜନଲାଲ ଜାଟଭ, ଟିକରାମ ଜୁଲି, ଗୋବିନ୍ଦ ରାମ ମେଘୱାଲ ଏବଂ ଶକୁନ୍ତଲା ରାୱତଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବିଧାୟକ ଜାହିଦା ଖାନ, ବ୍ରିଜେନ୍ଦ୍ର ଓଲା, ରାଜେନ୍ଦ୍ର ଗୁଧା ଏବଂ ମୁରାରିଲାଲ ମୀନାଙ୍କୁ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ  ।

ଅନ୍ୟମାନଙ୍କୁ ଜଣାନ୍ତୁ।