You are currently viewing ସ୍କୁଲରେ ପଢାହେବ ଗୀତା ଓ ରାମଚରିତମାନସ

ସ୍କୁଲରେ ପଢାହେବ ଗୀତା ଓ ରାମଚରିତମାନସ

ମଧ୍ୟପ୍ରଦେଶ (24.1.23):ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ରାମଚରିତମାନସକୁ ନେଇ ବିବାଦ ଲାଗିରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏଣିକି ଅନ୍ୟ ପାଠ ପଢାଯିବା ସହିତ ଗୀତା, ରାମଚରିତମାନସ ଏବଂ ରାମାୟାଣ ଉପରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ ।ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି, ଆମର ଗୀତା, ଭାଗବତ, ରାମାୟଣ, ମହାଭାରତ, ବେଦ, ଗ୍ରନ୍ଥରେ ମନୁଷ୍ୟକୁ ନୈତିକଣା ଏବଂ ଉଚିତ୍ ମାର୍ଗରେ ଚାଲିବାର ପ୍ରେରଣା ମିଳିଥାଏ । ତେଣୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୀତା, ଭାଗବତ ପଢାଯିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି କି, ରାମଚରିତମାନସ ଭଳି ଗ୍ରନ୍ଥ ଲେଖିଥିବା ତୁଳସୀ ଦାସଙ୍କୁ ମୋର ପ୍ରଣାମ । ଏଭଳି ମହାପୁରୁଷଙ୍କ ଅପମାନ କରୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ କ୍ଷମା କରାଯିବ ନାହିଁ । ଆଗକୁ ପ୍ରତିଟି ସରକାରୀ ସ୍କୁଲରେ ଗୀତା, ଭାଗବତ, ରାମଚରିତମାନସ ପାଠ ପଢାଯିବ । ଆମେ ଆମର ଆସନ୍ତା ପୀଢି ଏବଂ ଆମ ପିଲାମାନଙ୍କୁ ନୈତିକତା ବାବଦରେ ଜ୍ଞାନ ଦେବା ସହ ଶାଳିନତା ଶିଖାଇବୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।