You are currently viewing ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଅଫଲାଇନରେ କରିପାରିବେ UPI ପେମେଣ୍ଟ

ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଅଫଲାଇନରେ କରିପାରିବେ UPI ପେମେଣ୍ଟ

ଗ୍ରାହକଙ୍କ ପାଇଁ UPIରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ଆରବିଆଇ। ଏବେ ଅଫଲାଇନ୍‍ ରେ ଗ୍ରାହକ ପେମେଣ୍ଟ ଆରମ୍ଭ କରିବାର ସୁଯୋଗ ପାଇପାରିବେ।ଯେଉଁଥିରେ ୫୦୦ ଟଙ୍କା ଯାଏଁ ପ୍ରଥମେ ଟ୍ରାନ୍ସଫର ହୋଇପାରିବ । ଛୋଟ ମୂଲ୍ୟର ପେମେଣ୍ଟ ସହଜ କରିବା ସହ ଆଗକୁ ଆହୁରି ଏଥିରେ ୟୁଜରଫ୍ରେଣ୍ଡଲି କରାଯିବ ବୋଲି ଆରବିଆଇ ସୂଚନା ଜାରି କରିଛି। ସବୁଠୁ ବଡ଼ କଥା ହେଉଛି ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରାଯିବ।

ଆରବିଆଇର ଘୋଷଣା ଅନୁଯାୟୀ ଏହି ସୁବିଧା ଉଭୟ ସ୍ମାର୍ଟଫୋନ୍ ‍ ଏବଂ ଫିଚର ଫୋନ୍ ‍ ଆଧାରିତ ୟୁପିଆଇ ଚ୍ୟାନେଲ ଗୁଡ଼ିକରେ ଉପଲବ୍ଧ ହେବ, ଯାହା ଦେଶରେ ଡିଜିଟାଲ୍ କ୍ଷେତ୍ରକୁ ‍ଆହୁରି ବ୍ୟାପକ କରିବ । ଏହାସହ ଅଧିକ ପରିମାଣର ଭାରତୀୟ ଭାଷାରେ ଉପଲବ୍ଧ ହେବାକୁ ଯାଉଛି ଆରବିଆଇ ୟୁପିଆଇ ।

ଅନ୍ୟମାନଙ୍କୁ ଜଣାନ୍ତୁ।