hariyana violance

ହରିୟାଣା ହିଂସାରେ ୪ ମୃତ, ୧୪୪ ଧାରା ସହ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ


ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଶୋଭାଯାତ୍ରା ସମୟରେ ହରିୟାଣାର ନୁହରେ ଏହି ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଏଥିରେ ଏକାଧିକ ପୁଲିସ କର୍ମଚାରୀ ଆହତ ହେବା ସହ ଦୁଇ ହୋମଗାର୍ଡଙ୍କ ସମେତ ଆଉ ୨ ଜଣଙ୍କ ମୃତୁ୍ୟ ହୋଇଛି ।

ସୂଚନା ଅନୁସାରେ, ବିଶ୍ୱ ହିନ୍ଦୁ ପରିଷଦ ଶୋଭାଯାତ୍ରା ବନ୍ଦ କରିବାକୁ ଉଦ୍ୟମ କରାଯିବାରୁ ଏହି ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା । ନୁହରେ ହିଂସା ଖବର ପ୍ରସାରିତ ହେବାପରେ ଗୁରୁଗ୍ରାମର ସୋହନା ରୋଡ୍ ନିକଟରେ ଦୁଇ ସମ୍ପ୍ରଦାୟର ବିକ୍ଷୋଭକାରୀ ସଂଘର୍ଷ କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାମଲାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ବିକ୍ଷୋଭର ଶିକାର ହୋଇଛି ।

ସଙ୍ଘର୍ଷକାରୀଙ୍କ ଗୁଳିରେ ଦୁଇ ଜଣ ହୋମଗାର୍ଡ ପ୍ରାଣ ହରାଇବା ସହ ଜଣେ ସାଧାରଣ ନାଗରିକ ଏବଂ ଇମାମଙ୍କ ଜୀବନ ଯାଇଛି । ବିକ୍ଷୋଭକାରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଦୁଇ ଗୋଷ୍ଠୀ ପଥର ମାଡ କରିବା ସହ । ସେଠାରେ ଥିବା ଗାଡି ଗୁଡିକରେ ନିଆଁ ଲଗାଇ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।