You are currently viewing ହାୱାଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ହାୱାଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଏଏନ୍ଏସ୍: ଆମେରିକାର ହାୱାଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଲାଣି । ଜଙ୍ଗଲରେ ବ୍ୟାପିଥିବା ଏହି ନିଆଁ ଏତେ ଭୟଙ୍କର ଅଛି ଯେ ଆମେରିକାର ରାଷ୍ଟ୍ରପତି ଜୋଏ ବାଇଡେନ୍ ଏହାକୁ ଯଥାଶୀଘ୍ର ଲିଭେଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ ରେ ଜୀବନ ବଞ୍ଚାଇବାକୁ କିଛି ଲୋକଙ୍କୁ ସମୁଦ୍ରକୁ ଡେଇଁବାକୁ ପଡିବ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ନିଆଁ କିପରି ଲାଗିଛି ତାହା ଅସ୍ପଷ୍ଟ ଥିବା ବେଳେ ପବନର ଦିଗ ପରିବର୍ତ୍ତନକୁ ନେଇ ଏହା ଭୟଙ୍କର ହେବାକୁ ଲାଗିଛି ବୋଲି ଆମେରିକାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।