You are currently viewing ଶ୍ୱଶୁରରଙ୍କ ଆସନରୁ ନିର୍ବାଚନ ଲଢିବେ ବୋହୁ

ଶ୍ୱଶୁରରଙ୍କ ଆସନରୁ ନିର୍ବାଚନ ଲଢିବେ ବୋହୁ

ପାଟନା (୧୦.୧୧.୨୨) : ଦିବଙ୍ଗତ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ଆସନରୁ ନିର୍ବାଚନ ଲଢିବେ ବୋହୁ ଡିମ୍ପଲ ଯାଦବ । ମୌନପୁରୀ ଲୋକସଭା ଉପ-ନିର୍ବାଚନ ପାଇଁ ସପା ପ୍ରମୁଖ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଦଳ ପାର୍ଥୀ ଭାବେ ଘୋଷଣା କରିଛି । ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁପରେ ମୌନପୁରୀ ଲୋକସଭା ଆସନ ଖାଲି ପଡିଛି । ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ । ୮ ତାରିଖରେ ଫଳାଫଳ ଆସିବ । ଦୀର୍ଘ ୩ ବର୍ଷ ପରେ ରାଜନୌତିକ ମଇଦାନକୁ ଓହ୍ଲାଇଛନ୍ତି ଡିମ୍ପଲ ଯାଦବ । ୨୦୧୯ରେ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ଏହି ଆସନରୁ ସେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ । ୪୪ ବର୍ଷୀୟ ଡିମ୍ପଲ ଏବେ ୫ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଶ୍ୱଶୁରଙ୍କ ଆସନରୁ ସେ ଲୋକସଭା ଉପ – ନର୍ବଚନ ଲଢିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।