You are currently viewing କେରଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

କେରଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ନୂଆଦିଲ୍ଲୀ୧୮.୧୦.୨୦୨୧, କେରଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଯାହା ଫଳରେ ଅନେକ ଲୋକ ପ୍ରାଣ ହରାଇଲେଣି । ସୂଚନା ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ରବିବାର ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଜିଲ୍ଲାରୁ ହୋଇଥିବା ବେଳେ ଇଡ୍ଡୁକୀରରୁ ୯ ଜଣ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ନିଖୋଜ ରହିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ତେଣେ କେରଳ ବନ୍ୟା ଦୁର୍ଗତମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଜବାନ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍ ନିୟୋଜିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, କେନ୍ଦ୍ର କେରଳ ପରିସ୍ଥିତି ଉପରେ ନଜର ରଖିଛି। ସହାୟତା ପାଇଁ ସେନା ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ପଠାଯାଇଛି। ଦୁର୍ଗତମାନଙ୍କୁ ସାହାଯ୍ୟ କରିବାରେ ଆଦୌ ହେଳା କରାଯିବ ନାହିଁ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେରଳରେ ବର୍ଷା ଆଜିଠୁ କମିଯିବ। ତେବେ ରାଜ୍ୟ‌ର ୧୧ଟି ଜିଲ୍ଲାରେ ୟେଲୋ ଓ ରେଡ୍ ଆଲର୍ଟ ଜାରି କରାଯାଇଛି। ତା’ ସହ ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।