fire-breaks

ଦିଲ୍ଲୀର ପିତମପୁରା ଅଞ୍ଚଳରେ ଅଗ୍ନିକାଣ୍ଡ, ୫ ମୃତ 

ଦିଲ୍ଲୀର ପିତମପୁରା ଅଞ୍ଚଳରେ ଏକ ଘରେ ନିଆଁ ଲାଗି ବଡ଼ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୋଲିସ ସୂଚନାନୁସାରେ, ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ 2 ଜଣ ପୁରୁଷ ଏବଂ 3 ଜଣ ମହିଳା ଅଛନ୍ତି। ସୂଚନା ଅନୁଯାୟୀ, ସର୍ଟ ସର୍କିଟ କିମ୍ବା ରୁମ ହିଟର ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ କହିଛି ଯେ ଘରେ କାଠ ସାମଗ୍ରୀ ଥିବାରୁ ଅଗ୍ନିକାଣ୍ଡ ଶୀଘ୍ର ବ୍ୟାପିଥିବା ଜଣାପଡିଛି ।

Delhi-Pitampuraଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ ଗତକାଲି ରାତି 8 ଟାରେ ପିତାମପୁରାର  ZP ବ୍ଲକ୍ ରେ ନିଆଁ ଲାଗିଥିବାର ସୂଚନା ମିଳିଥିଲା| ଖବର ପାଇଁ ଘଟଣାସ୍ଥଳକୁ ଆଠଟି ଅଗ୍ନିଶମ ଗାଡି ପଠାଯାଇଥିଲା। ଘଟଣାସ୍ଥଳରୁ ତୁରନ୍ତ ଛଅ ଜଣକୁ ଉଧାର କରାଯାଇଥିବା ବେଳେ ନିଆଁ କିପରି ଲାଗିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।