You are currently viewing ସିରାଜଙ୍କ ଜଲଓ୍ଵା, ଫାଇନାଲ୍‌ରେ ଇତିହାସ ରଚିଲା ଭାରତ

ସିରାଜଙ୍କ ଜଲଓ୍ଵା, ଫାଇନାଲ୍‌ରେ ଇତିହାସ ରଚିଲା ଭାରତ

କଲମ୍ବୋ: ଫାଇନାଲ୍‌ରେ ଇତିହାସ ରଚିଲା ଭାରତ। ଆଜି ଏସିଆ କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ଭାରତ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୫.୨ ଓଭରରେ ମାତ୍ର ୫୦ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ କୌଣସି ଓ୍ଵିକେଟ୍ ନ ହରାଇ ୬.୧ ଓଭରରେ ୫୧ ରନ କରି ମ୍ୟାଚ୍‌ ଜିତି ନେଇଛି। ଏହା ସହ ଅଷ୍ଟମ ଥର ପାଇଁ ଭାରତ ଏସିଆ କପ୍ ଟାଇଟଲ୍ ନିଜ ନାମରେ କରିବା ସହ ଦିନିକିଆ କ୍ରିକେଟ୍‌ରେ କିଛି ନୂତନ ରେକର୍ଡ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।