You are currently viewing ଭାରତୀୟ ନୌସେନାରେ ସାମିଲ ହେଲା INS ଭେଲା

ଭାରତୀୟ ନୌସେନାରେ ସାମିଲ ହେଲା INS ଭେଲା

ନୂଆଦିଲ୍ଲୀ-୨୫.୧୧.୨୦୨୧, ସେନାରେ ସାମିଲ ହେଲା ସାଇଲେଣ୍ଟ କିଲର । ଗୁରୁବାର  ଭାରତୀୟ ନୌସେନାରେ INS ଭେଲା ସାମିଲ ହୋଇଛି। ଏହାଦ୍ବାରା ଭାରତୀୟ ନୌସେନା ଆହୁରି ଶକ୍ତିଶାଳୀ ହୋଇଛି । ଏହାକୁ ମୁମ୍ବାଇର ମାଜଗା ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପର ଟେକ୍ନୋଲୋଜି ସହାୟତାରେ ନିର୍ମାଣ କରାଯାଇଛି। ତେବେ ପ୍ରାୟ ଦୁଇ ବର୍ଷରୁ ଅଧିକ ପରୀକ୍ଷଣ ପରେ ଆଜି INS ଭେଲାକୁ ଲଞ୍ଚ କରାଯାଇଛି। ମେ ୨୦୧୯ରେ ପ୍ରଥମ ଥର ପାଇଁ ଏହାକୁ ପରୀକ୍ଷା କରାଯାଇଥିଲା।
INS ଭେଲା, କାଲାଭାରି ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ। ଏହାର ଲମ୍ବ ୨୨୧ ଫୁଟ, ଉଚ୍ଚତା ୪୦ ଫୁଟ ଏବଂ ଓଜନ ୧୫୬୫ ଟନ୍ ରହିଛି। INS ଭେଲାରେ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୧୧ କିଲୋମିଟର ପାଇପ୍ ଏବଂ ୬୦ କିଲୋମିଟର କେବୁଲ୍ ଫିଟିଙ୍ଗ୍ କରାଯାଇଛି।

ଏହି ବୁଡ଼ାଜାହାଜଟି ସ୍ୱତନ୍ତ୍ର ଇସ୍ପାତରେ ନିର୍ମିତ, ଏହାର ଉଚ୍ଚ ଟେନସାଇଲ୍ ଶକ୍ତି ଅଛି ଯାହା ଜଳ ତଳେ ଗଭୀର ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ଅଟେ ।

ଅନ୍ୟମାନଙ୍କୁ ଜଣାନ୍ତୁ।