You are currently viewing ଆଇପିଏଲ ନିଲାମ ବେଳେ ବେହୋସ୍ ହେଲେ ଅକ୍ସନର

ଆଇପିଏଲ ନିଲାମ ବେଳେ ବେହୋସ୍ ହେଲେ ଅକ୍ସନର

ବାଙ୍ଗାଲୋର ୧୨/୦୨: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଚାଲିଛି ମେଗା ନିଲାମ ।   କିନ୍ତୁ ପ୍ରଥମ ଦିନରେ ସେଠାରେ ବଡ଼ ଅଘଟଣ ଘଟିଯାଇଛି । ବିସିସିଆଇ ପକ୍ଷରୁ ନିଲାମ ଡାକୁଥିବା ଅକ୍ସନର ହ୍ୟୁ ଏଡମିଡେସ ନିଲାମ ଡାକିବା ସମୟରେ ହଠାତ ଷ୍ଟେଜ ଉପରୁ ପଡ଼ିଯାଇଥିଲେ । ନିଲାମୀ ମଝିରେ ବେହୋସ ହୋଇଥିଲେ ଅକ୍ସନର ହ୍ୟୁଜ୍ ।  ଯାହା ଫଳରେ ଏହି ମେଗା ନିଲାମ ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି । ତେବେ ଏହି ଘଟଣା ସେତେବେଳେ ଘଟିଥିଲା, ଯେବେ ଶ୍ରୀଲଙ୍କାର ଭାନିନ୍ଦୁ ହସାରଙ୍ଗାଙ୍କ ନିଲାମୀ ଚାଲିଥିଲା । ସେହି ସମୟରେ ଅକ୍ସନର ବେହୋସ୍ ହୋଇ ଷ୍ଟେଜ୍ ତଳକୁ ଖସିପଡିଥିଲେ । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ହ୍ୟୁ ଏଡମିଡେସଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ଏବଂ ଏହି ମେଗା ଅକ୍ସନ ପୁଣି ଥରେ ୩.୩୦ରେ ଆରମ୍ଭ ହେବ । ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ହୋଇଥିବା ନିଲାମ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର । ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨.୨୫ କୋଟିରେ କିଣିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।