You are currently viewing ଇସ୍ରାଏଲ୍‌-ହାମାସ୍ ଚାରିଦିନିଆ ଯୁଦ୍ଧବିରତି ରାଜିନାମା; ୫୦ଜଣ ପଣବନ୍ଦୀ ବିନିମୟ

ଇସ୍ରାଏଲ୍‌-ହାମାସ୍ ଚାରିଦିନିଆ ଯୁଦ୍ଧବିରତି ରାଜିନାମା; ୫୦ଜଣ ପଣବନ୍ଦୀ ବିନିମୟ

ଦୋହା: ଯୁଦ୍ଧଗ୍ରସ୍ତ ଗାଜାରେ ଆଜି ସକାଳୁ ଚାରିଦିନିଆ ଯୁଦ୍ଧବିରତି ଓ ପଣବନ୍ଦୀ ବିନିମୟ ଆରମ୍ଭ ହେବ ବୋଲି କାତାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୈଦଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଜେଦ୍ ଅଲ୍‌-ଅନ୍‌ସାରୀ କହିବା ଅନୁଯାୟୀ, “ଆଜି ସକାଳ ୭ଟାରେ ଚାରିଦିନିଆ ଯୁଦ୍ଧବିରତି ଲାଗୁହେବ ଏବଂ ସେହିଦିନ ଅପରାହ୍ଣ ପ୍ରାୟ ୪ଟାରେ (୧୪୦୦ ଜିଏମଟି) ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯିବ।ତେବେ ପ୍ରଥମ ବ୍ୟାଚ୍‌ରେ ଗୋଟିଏ ପରିବାରର ୧୩ ଜଣ ମହିଳା ଓ ଶିଶୁଙ୍କୁ ମୁକ୍ତ କରାଯିବ ବୋଲି ଅନ୍‌ସାରୀ କହିଛନ୍ତି । ଚାରିଦିନ ମଧ୍ୟରେ ୫୦ ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବାକୁ ରାଜିନାମା ହୋଇଥିବା ସେ କହିଛନ୍ତି।

ସୂଚନା ଥାଉ କି, ଗତ ଅକ୍ଟୋବର ୭ରୁ ଯୁଦ୍ଧରେ ଲିପ୍ତ ଇସ୍ରାଏଲ ଓ ହାମାସ ମଧ୍ୟରେ ବୁଧବାର ଯୁଦ୍ଧବିରତି ଏବଂ ପଣବନ୍ଦୀ ବିନିମୟ ନେଇ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି  ରାଜିନାମା ଅନୁସାରେ ୪ ଦିନର ଯୁଦ୍ଧବିରତି ମଧ୍ୟରେ ଅନ୍ୟୁନ ୫୦ଜଣ ପଣବନ୍ଦୀ ଓ ବହୁ ସଂଖ୍ୟକ ପାଲେଷ୍ଟାଇନ୍ ବନ୍ଦୀଙ୍କୁ ମୁକ୍ତ କରିବ। କାତାର, ଇଜିପ୍ଟ ଏବଂ ଆମେରିକା ସହାୟତାରେ ଏହି ରାଜିନାମା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାକୁ ସମ୍ପ୍ରସାରିତ ଏବଂ ବ୍ୟାପକ କରାଯାଇପାରେ । ଏହା ସହିତ ଗାଜାର ୨.୪ ନିୟୁତ ବାସିନ୍ଦାଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟ ଏହି ଚୁକ୍ତିର ଲକ୍ଷ୍ୟ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।