You are currently viewing ଆସିଲାନି ଆମ୍ବୁଲାନ୍ସ, ଜେସିପି ହେଲା ଭରସା

ଆସିଲାନି ଆମ୍ବୁଲାନ୍ସ, ଜେସିପି ହେଲା ଭରସା


ମଧ୍ୟପ୍ରଦେଶ(କଟନି)୧୪/୦୯, ଆଜିର ଅତ୍ୟାଧୁନିକ ଯୁଗରେ ଦେଶର ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ଜନହିତକର ପ୍ରକଳ୍ପ ହାତକୁ ନେଉଥିବା ବେଳେ ମଧ୍ୟ ପ୍ରଦେଶର କଟନି ଅଞ୍ଚଳରୁ ଆସିଛି ଏକ କରୁଣ ଚିତ୍ର । ଦୁର୍ଘଟଣାର ଶିକାର ହୋଇଥିବା ମହେଶ ବର୍ମଣ ନାମକ ଏକ ବ୍ୟକ୍ତି ଚିକିତ୍ସା ହେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଁ ୩୦ ମିନିଟ ପର୍ଯ୍ୟନ୍ତ ତାଙ୍କ ପାଖରେ ଆମ୍ବୁଳାନ୍ସ ପହଞ୍ଚି ନଥିଲା । ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ମହେଶଙ୍କୁ ଜଣେ ଜେସିପି ଡ୍ରାଇଭର ଆମ୍ବୁଲାନ୍ସ ସେବା ଯୋଗାଇଦେଇଥିଲେ , ଅର୍ଥାତ ତାଙ୍କ ନିଜ ଜେସିପିରେ ବର୍ମଣଙ୍କୁ ନେଇ ନିକଟସ୍ତ ହସ୍ପିଟାଲରେ ପହଞ୍ଚାଇଥିଲେ । ଏବେ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଯୋଗ୍ୟ ଦୁର୍ଘଟଣାରେ ଆହାତ ମହେଶ ବର୍ମଣଙ୍କ ଗୋଟିଏ ଗୋଡ ଭାଙ୍ଗିଯାଇଥିବା ବେଳେ ଦେହସାରା କ୍ଷତ ହୋଇଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।