You are currently viewing ସେପ୍ଟେମ୍ବର ୧୦ରେ ମାର୍କେଟକୁ ଆସିବ ‘ଜିଓଫୋନ୍ ନେକ୍ସଟ୍’

ସେପ୍ଟେମ୍ବର ୧୦ରେ ମାର୍କେଟକୁ ଆସିବ ‘ଜିଓଫୋନ୍ ନେକ୍ସଟ୍’

ନୂଆଦିଲ୍ଲୀ-୨୪.୦୬.୨୦୨୧,ରିଲାଏନ୍ସ ଜିଓ ଲଞ୍ଚ କରିବାକୁ ଯାଉଛି ତା’ର ନୂଆ ସ୍ମାର୍ଟ ଫୋଟ । ରିଲାଏନ୍ସ ଜିଓ ଏବଂ ଗୁଗଲ୍ ଦ୍ଵାରା ବିକଶିତ ସ୍ମାର୍ଟ ଫୋନ୍ ‘ଜିଓଫୋନ୍ ନେକ୍ସଟ୍’ ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀ ଅବସରରେ ମାର୍କେଟରେ ଲଞ୍ଚ କରିବାକୁ ଯାଉଛି । ଏନେଇ ଆଜି ୪୪ତମ ରିଲାଏନ୍ସ ଏଜିଏମ୍‌ ଅବସରରେ ରିଲାଏନ୍ସ ଜିଓ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ୍ ଅମ୍ଵାନି ଘୋଷଣା କରିଛନ୍ତି । ଏଥିରେ ଅନେକ ଗୁଡିଏ ଅତ୍ୟାଧୁନିକ ଫିଚର ରହିଛି ବୋଲି ମୁକେଶ୍ ଅମ୍ଵାନି କହିଛନ୍ତି । ଏହା ସହ ଏହି ଫୋନ ସୁଲଭ ଦରରେ ଉପଲବ୍ଧ ହେବ ।

ମୁକେଶ୍ ଅମ୍ଵାନି କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ୪୦୦ ମିଲିୟନ୍ ଜିଓ ଗ୍ରାହକ ରହିଛନ୍ତି। ଏହାଦ୍ଵାରା ଜିଓ ବିଶ୍ଵର ଦ୍ଵିତୀୟ ବୃହତମ ଟେଲିକମ୍ କମ୍ପାନିର ମାନ୍ୟତା ପ୍ରାପ୍ତ କରିଛି। ଆଗାମୀ ଦିନରେ ଆହୁରି ଗ୍ରାହକଙ୍କ ସହ ଜିଓ ଯୋଡ଼ି ହେବାର ଆଶା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।